୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକ ମାନଙ୍କୁ 1000 ଟଙ୍କା ଲେଖାଏଁ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି I ଯୋଗୀ ଏକ ଟେଲିଭିଜନ ଭାଷଣ ମଧ୍ୟମରେ ଘୋଷଣା କରିବାକୁ ଯାଇ କହିଛନ୍ତିଯେ କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ରାଜ୍ୟରେ ବନ୍ଦ ପାଳନ ଯୋଗୁ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକ ପ୍ରଭାବିତ ହୋଇଛନ୍ତି l ରାଜ୍ୟରେ ଦୈନିକ ଗୁଜୁରାଣ ମେଣ୍ଟାଉଥିବା 15 ଲକ୍ଷ ଦିନ ମଜୁରିଆ ଓ 20.37 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 1000 ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି l ଏଥିସହିତ ରାଜ୍ୟରେ 23 ଜଣ କରୋନା ସଂକ୍ରମିତ ଥିବାବେଳେ ସେମାନଙ୍କ ମଧ୍ୟରୁ 9 ଜଣ ସୁସ୍ଥ ହୋଇଥିବା କଥା କହିଥିଲେ l ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଜନତା କର୍ଫ୍ୟୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l