କାଉଡ଼ିଆ ଯାତ୍ରା ପାଇଁ ଯୋଗୀଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ ।

ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା ସମସ୍ତ ସ୍ଥାୟୀ ଦୋକାନ- ଠେଲା ଦୋକାନକୁ ନିଜ ଦୋକନ ଆଗରେ ଇଚ୍ଛାକୃତ ଭାବେ ସ୍ବତନ୍ତ୍ର ନେମପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ ନିର୍ଦ୍ଦେଶରେ କୁହାଯାଇଛି, ଯେ ସବୁ ଦୋକନ ଆଉ ଠେଲାରେ ଦୋକାନ ମାଲିକଙ୍କ ନାଁ ଲେଖାଥିବା ନେମପ୍ଲେଟ ଲାଗିବା ଦରକାର ।

ଯାହାଦ୍ବାରା କାଉଡିଆମାନେ ଜାଣିପାରିବେ କି ସେମାନେ କାହା ଦେକାନରୁ ସାମଗ୍ରୀ କିଣିଛନ୍ତି । ଆଜି ଉତ୍ତରପ୍ରଦେଶ ମନ୍ତ୍ରୀ କପିଲଦେବ ଅଗ୍ରୱାଲ ଏ ବାବଦରେ କହିଛନ୍ତି ଯେ ମୁସଲମାନମାନେ ହିନ୍ଦୁ ନାମ ବ୍ୟବହାର କରି ତୀର୍ଥଯାତ୍ରୀଙ୍କୁ ଆମିଷ ଖାଦ୍ୟ ବିକ୍ରି କରୁଛନ୍ତି। ସେମାନେ ବୈଷ୍ଣୋ ଢାବା ଭଣ୍ଡାର, ଶାକମ୍ଭରୀ ଦେବୀ ଭୋଜନାଳୟ ଓ ଶୁଦ୍ଧ ଭୋଜନାଳୟ ଭଳି ନାମ ଲେଖି ଆମିଷ ଖାଦ୍ୟ ବିକ୍ରି କରନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.