କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ, ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଯୁବକଙ୍କ ମୃତ୍ୟୁ
ଓଡିଆ ନ୍ୟୁଜ୍(ବ୍ୟୁରୋ): କଙ୍ଗାରୁ କୋର୍ଟ ରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲ ରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ପଞ୍ଚାୟତ ର ଟୁନା ଦଳେଇ । ଗତକାଲି ଟୁନା ଏକ ଚିଙ୍ଗୁଡି ପୋଖରୀ ହିଡ ରୁ କିଛି ଲୁହା ଛଡ ନେଇ ଆସିଥିଲେ । ପୋଖରୀ ମାଲିକ ଟୁନା କୁ ଚୋରୀ ଅଭିଯୋଗ ରେ ଆଣି ଇଞ୍ଚୁଡି ସରପଞ୍ଚ ରମଣୀ ରଂଜନ ମହାଲୀକ ଙ୍କ ଜିମା ଦେଇଥିଲେ । ପରେ ସରପଞ୍ଚଙ୍କ ସମର୍ଥକ ମାନେ ଟୁନା ଙ୍କୁ ନିସ୍ତୁକ ପିଟିଥିଲେ ।
ମାଡ଼ ମାରିବା ପରେ ସରପଞ୍ଚ ଙ୍କ ସହାୟତା ରେ ଖନ୍ତା ପଡ଼ା ଥାନାରେ ଟୁନା କୁ ଜିମା ଦିଆଯାଇ ଥିଲା । ଥାନାରେ ଟୁନା ର ଅବସ୍ଥା ଗୁରୁତର ପରେ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଟୁନା ଦଳେଇ ର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ ଯୁବକଙ୍କ ମୃତ୍ୟୁ କୁ ନେଇ ଗାଁ ରେ ଚାପା ଉତ୍ତେଜନା ଜାରି ରହିଛି । ଉତ୍ୟକ୍ତ ଲୋକେ ସରପଞ୍ଚ ଙ୍କ ଘର ଆଗରେ ନିଆଁ ଲଗେଇ ଦେଇଛନ୍ତି । ଘଟନାସ୍ଥଳ ରେ ଏଯାଏଁ ପୋଲିସ ପହଂଚି ନାହିଁ ।