ହଷ୍ଟେଲ ଭିତରେ ଯୁବତୀଙ୍କୁ ହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଙ୍ଗାଲୁରୁର କୋରମଙ୍ଗଳସ୍ଥିତ ହଷ୍ଟେଲ ଭିତରେ ଜଣେ ୨୪ ବର୍ଷୀୟା ବିହାର ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଶନିବାର ମଧ୍ୟପ୍ରଦେଶରେ ଗିରଫ କରାଯାଇଥିଛି। ଅଭିଷେକ ନାମକ ଅଭିଯୁକ୍ତ ଜୁଲାଇ ୨୩ ତାରିଖ ରାତିରେ କ୍ରିତି କୁମାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମଧ୍ୟପ୍ରଦେଶକୁ ପଳାଇଥିଲା। ସେଠାରେ ତାଙ୍କୁ ପୁଲିସ୍‌ ଧରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମୃତକ ଜଣକ ହେଉଛନ୍ତି କ୍ରିତି କୁମାରୀ(୨୪)। ସେ ବିହାରର ବାସିନ୍ଦା। ବେଙ୍ଗାଲୁରୁର କୋରମଙ୍ଗଳରେ ଥିବା ଏକ ପେୟିଙ୍ଗ ଗେଷ୍ଟ (ପିଜି)ରେ ରହୁଥିଲେ। ମଙ୍ଗଳବାର ଦିନ ୧୧ଟାରେ ଜଣେ ଯୁବକ ତାଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ ଅନୁସାରେ, ଯୁବକ ଜଣକ କ୍ରିତିଙ୍କ କବାଟ ବାଡ଼େଇଥିଲେ। ସେ କବାଟ ଖୋଲିବା ପରେ ତାଙ୍କୁ ରୁମରୁ ଘୋଷାଡ଼ି ଆଣି ଛୁରୀରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ କ୍ରିତି ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଯୁବକ ଜଣକ ଛୁରୀରେ ତାଙ୍କ ଗଳାକୁ କାଟିବା ସହ ବାରମ୍ବାର ଆକ୍ରମଣ କରିଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ଅଭିଯୁକ୍ତଙ୍କ ନାଁ ଅଭିଷେକ। ସେ କ୍ରିତି କୁମାରୀଙ୍କ ରୁମମେଟଙ୍କ ବୟଫ୍ରେଣ୍ଡ। ଅଭିଷେକ କୌଣସି ଚାକିରି କରିନଥିବାରୁ ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡ଼ା ହେଉଥିଲା। ହତ୍ୟାକାଣ୍ଡ ପୂର୍ବଦିନ ମଧ୍ୟ ସମାନ କାରଣକୁ ନେଇ ଉଭୟ ଖୁବ୍ ପାଟିତୁଣ୍ଡ କରିଥିଲେ। ଏହି ସମୟରେ କ୍ରିତି ହସ୍ତକ୍ଷେପ କରି ତାଙ୍କ ରୁମମେଟଙ୍କୁ ଉକ୍ତ ଯୁବକଙ୍କଠାରୁ ଦୂରେଇ ଯିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଅଭିଷେକ କ୍ରିତି କୁମାରିଙ୍କୁ ହତ୍ୟା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଅଭିଷେକକୁ ମଧ୍ୟପ୍ରଦେଶରୁ ଗିରଫ କରି ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.