ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଯେବେବି ଆମେ ଆମ ଭବିଷ୍ୟତ ବିଷୟରେ ଚିନ୍ତା କରୁ, ସେତେବେଳେ ଆମକୁ ଟଙ୍କା, ପଇସା, କ୍ୟାରିୟରକୁ ଛାଡ଼ି ଯୋଉ କଥାଟି ଆମେ ଚିନ୍ତା କରିଥାଉ ସେଇଟା ହେଉଛି ସତ ପ୍ରେମ ଏବଂ ଭଲ ଜୀବନସାଥୀ । ଯୋଉଟାକି ସମସ୍ତଙ୍କ ଭାଗ୍ୟରେ ନଥାଏ । ହାତର ରେଖାରୁ ଆମେ ଜାଣିପାରିବା କି ଆମ ଭାଗ୍ୟରେ ସତ ପ୍ରେମ ଅଛି କି ନାହିଁ । ଆସନ୍ତୁ ଜାଣିବା ହାତର କେଉଁ ରେଖାଟି ଆମକୁ ଏହି ବିଷୟରେ ଜଣାଉଛି ।
ସମସ୍ତଙ୍କ ହାତରେ ପ୍ରେମ ରେଖା ଏବଂ ହୃଦୟ ରେଖା ଗୋଟିଏ ହିଁ ରହିଥାଏ । କିଛି ଲୋକ ଏହାକୁ ପ୍ରେମ ରେଖା କୁହନ୍ତି ଏବଂ କିଛି ଲୋକ ଏହାକୁ ହୃଦୟ ରେଖା ମଧ୍ୟ କହିଥାନ୍ତି । ହୃଦୟ ରେଖା ଛୋଟ ଆଙ୍ଗୁଠିରୁ ଆରମ୍ଭ ହୋଇ ଶନି ପର୍ବତରେ ଶେଷ ହୋଇଥାଏ । ଯେଉଁ ବ୍ୟକ୍ତିର ହାତରେ ହୃଦୟ ରେଖା ପୂର୍ଣ୍ଣ ହୋଇଥାଏ, ଏଭଳି ବ୍ୟକ୍ତିଙ୍କ ଜୀବନରେ ଭଲ ଜୀବନସାଥୀ ବା ସତ ପ୍ରେମ ମିଳିଥାଏ । ଯେଉଁ ବ୍ୟକ୍ତିମାନଙ୍କ ହାତରେ ଏହି ରେଖା ଅଧା ରହିଥାଏ, ସେହି ବ୍ୟକ୍ତି ମାନଙ୍କ ଜୀବନରେ ସତ ପ୍ରେମ ବହୁତ କଷ୍ଟକର ହୋଇଥାଏ ।
ଶାସ୍ତ୍ରରେ କୁହାଯାଇଛିଯେ, ଯେଉଁ ଲୋକମାନଙ୍କ ହାତରେ ଏହି ରେଖା ତଳମୁହାଁ ହୋଇ ରହିଥାଏ, ସେହି ଲୋକମାନଙ୍କ କ୍ଷେତ୍ରରେ ପ୍ରେମରେ ଧୋକା ମିଳିବା ଆଶଙ୍କା ବହୁତ ଅଧିକ ରହିଥାଏ । ଏହିଭଳି ଲୋକମାନଙ୍କ ପାଖରେ ହୃଦୟ ରୋଗର ବହୁତ ଆଶଙ୍କା ରହିଥାଏ । ତେବେ ଆପଣଙ୍କୁ ପ୍ରେମ ମାମଲାରେ ବହୁତ ସତର୍କ ରହିବା ସହ ବହୁତ ଭାବିଚିନ୍ତି ନିଷ୍ପତି ନେବାକୁ ପଡ଼ିବ ।
ଯଦି କେଉଁ ବ୍ୟକ୍ତିର ହାତରେ ଏହି ହୃଦୟ ରେଖା ତିନି ଭାଗରେ ବିଭକ୍ତ ହୋଇରହିଛି ତେବେ ଏହି ବ୍ୟକ୍ତି କାହାକୁ ଧୋକା ଦିଅନ୍ତି ନାହିଁ ଏବଂ ଏହି ହୃଦୟ ରେଖା ଥିବା ଲୋକଙ୍କୁ ସଚ୍ଚା ପ୍ରେମ ମିଳିଥାଏ । ଏହି ଲୋକଙ୍କୁ କେହି ବି ପ୍ରେମରେ ଧୋକା ଦିଅନ୍ତି ନାହିଁ କି ଏମାନେ ବି କାହାକୁ ପ୍ରେମରେ ଧୋକା ଦେଇନଥାନ୍ତି । ଏହିଭଳି ରେଖା ଥିବା ବ୍ୟକ୍ତିଙ୍କର ପ୍ରାୟତଃ ପ୍ରେମ ବିବାହ ହୋଇଥାଏ ଏବଂ ଏହିଭଳି ଲୋକମାନେ ତାଙ୍କ ଜୀବନରେ ବହୁତ ସୁଖି ହୋଇଥା’ନ୍ତି ।
ଯଦି କୌଣସି ବ୍ୟକ୍ତିର ହାତରେ ଏହି ହୃଦୟ ରେଖାର ଆଖପାଖରେ କୌଣସି ଛୋଟ ରେଖା ବା ହୃଦୟ ରେଖାକୁ କାଟୁଥିବା ରେଖା ରହିଥାଏ ତେବେ ଏହି ଲୋକଙ୍କ ଜୀବନରେ ସଚ୍ଚା ପ୍ରେମ ମିଳିନଥାଏ । କୁହାଯାଇଛିଯେ, ଏହି ରେଖା ଥିବା ଲୋକମାନେ ଅନ୍ୟକୁ ବହୁତ ଧୋକ୍କା ଦେଇଥାନ୍ତି । ଏମାନେ ପ୍ରେମରେ ଭରସା ଯୋଗ୍ୟ ହୋଇନଥା’ନ୍ତି । ଏମିତି ରେଖାଥିବା ଲୋକମାନେ ନିଜ ଜୀବନରେ ମଧ୍ୟ ପ୍ରେମକୁ ନେଇ ଅଧିକ ଗମ୍ଭୀର ହୋଇନଥାନ୍ତି ।