ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫେକ ସିମ ବିକ୍ରୀ କରି ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଏମିତି ଘଟଣା ବାସୁଦେବପୁର ଥାନା ଅଧିନ କମାରଗାଁ ବଜାରରେ ଥିବା ରାଧାକାନ୍ତ ଇଲଟ୍ରୋନିକସ ଦୋକାନର ପରିଚାଳକ ବୋଲି ଜାଣିବାକୁ ମିଳିଛି । ଏହି ଦୋକାନର ପରିଚାଳକ ଭାଗପୁର ଗ୍ରାମର ଉପେନ୍ଦ୍ର ପ୍ରସାଦ ସାହୁଙ୍କ ପୁଅ ବିଦ୍ୟାଧର(୩୮) ଦିର୍ଘ ବର୍ଷ ଧରି ଦୋକାନ କରିଥିଲେ ।
ଟେଲିଫୋନ କମ୍ପାନୀ ଭୋଡାଫୋନର ସିମ ବିତରକ ଭାବରେ ନିଜର କାରବାର ଚଳାଇ ଆସୁଥିବା ବେଳେ ଫେକ ସିମ ତିଆରି ସିମକାର୍ଡ ବିକ୍ରୀ କରୁଥିବାର ଭୋଡାଫୋନ ଟେଲିକମ ସଂସ୍ଥା ଜାଣିବାକୁ ପାଇଥିଲା । ଯାହାକୁ ନେଇ ଆଇଟି ସେଲରେ ଅଭିଯୋଗ ଆସିବା ପରେ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ଅଭିଯୁକ୍ତଙ୍କ ଉପରେ ରଖିଥିଲା ନଜର । ଶେଷରେ ବିଦ୍ୟାଧରକୁ ଠାବ କରି ଥାନାକୁ ଆଣି ଘଟଣାର ପଚରା ଉଚରା କରୁଥିଲା ବାସୁଦେବପୁର ପୋଲିସ ।
ଏହିକ୍ରମରେ ବିଦ୍ୟାଧର ୨୦୨୦ ମସିହାରେ ଏହି କାରବାର ଜୋରସୋରରେ ଚଳାଇଥିବାର ଜାଣିବାକୁ ପାଇବା ସହ ଅନ୍ୟ କେତେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜକୁ ଯାଞ୍ଚ କରିଥିଲା । ଏହି ଘଟଣାରେ ବାସୁଦେବପୁର ଥାନା କେଶ ନଂ ୭୨୦/୨୩ ବଳରେ ମାମଲା ଋଜୁ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ବାସୁଦେବପୁର ଥାନା ପରିସରରେ ଖବରଦାତା ସମ୍ମିଳନୀର ସମସ୍ତ ତଥ୍ୟ ବଖାଣିଛି ବାସୁଦେବପୁର ପୋଲିସ ।