ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ମ୍ୟୁନିସିପାଲିଟିରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ କଚେରୀ ଷ୍ଟାଡିୟମ ପଡିଆ ଠାରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା ଉଦଯାପିତ ହୋଇଯାଇଛି | ଏହାର ଲକ୍ଷ୍ୟ ଓଡିଶାର କୋଣ ଅନୁକୋଣରେ ଲୁକାୟିତ ଯୁବ ପ୍ରତିଭାକୁ ସାମନାକୁ ଆଣି ନୂତନ ପରିଚୟ ସୃଷ୍ଟି କରିବା | ଏଥିରେ ଗତ ୧୫ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ୬ ଟି ଖେଳ କ୍ରିକେଟ, ଭଲିବଲ, କବାଡି, ଫୁଟବଲ, ଖୋ ଖୋ ଓ ହକି ଆୟୋଜିତ ହୋଇଥିଲା |

ସମୁଦାୟ ୧୪୮୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେଥିରୁ ୫୦ଟି ମହିଳା ଟିମ୍ ହୋଇଥିବା ବେଳେ ୫୬ଟି ପୁରୁଷ ଟିମ୍ ଅଂଶଗ୍ରହଣ କରିଥିଲେ | ଏଥିରେ ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳର ସ୍କୁଲକଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ବିଭିନ୍ନ କ୍ଲବର ଖେଳାଳୀ ଦଳ ଭାଗ ନେଇଥିଲେ | ଏଥିରେ ଚାମ୍ପିୟାନ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ସହ ପ୍ରଥମ ରନର୍ସ ଅଫ୍ ୧୫ ହଜାର ଟଙ୍କା, ଦ୍ବିତୀୟ ରନର୍ସ ଦୁଇଜଣ ଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇ ଥିବା ବେଳେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା |

ଉକ୍ତ ଉଦଯାପନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ମାନନୀୟ ମନ୍ତ୍ରୀ ମହିଳା ଏବଂ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ମ୍ୟୁନିସିପାଲିଟି କର୍ମଚାରୀ ଓ ୧୫ଟି ୱାର୍ଡର ପାରିଷଦ ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇ କହିଥିଲେ ଏହାଦ୍ବାରା ଆମ ଓଡିଶାର କୋଣ ଅନୁକୋଣରେ ବଣ ରେ ଝଡି ପଡିଥିବା ଲୁକାୟିତ ମଲ୍ଲୀ କୁ ସମାଜର ଆଇନାରେ ଆଣିବା ଏହାର ଚରମ ଲକ୍ଷ୍ୟ |

ଯୁବ ମାନଙ୍କ ଠାରେ ପ୍ରତିଭା କୁ ପ୍ରସ୍ପୁଟିକ କଲେ, ଆଗାମୀ ଦିନରେ ସେମାନେ ଦେଶ ଜାତିର ନାଁ ଅର୍ଜନ କରିପାରିବେ | ଏହା ପରେ ଅତିଥିଗଣଙ୍କ ଦ୍ବାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ସ୍ଥାନୀୟ ତଥା ପାଖପାଖର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ପୁରସ୍କାର ବିତରଣୀ ପର୍ବ ସଭାକୁ ଶିକ୍ଷକ ରଂଜନ କୁମାର ନନ୍ଦ ପରିଚାଳନା କରିଥିଲେ |

Leave A Reply

Your email address will not be published.