ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆକାଶରେ ଉଡ଼ୁଥିଲା ବିମାନ । ହଠାତ୍ ଚାଲିଗଲା ପାଇଲଟଙ୍କ ଜୀବନ । ମିଆମିରୁ ଚିଲିକୁ ଯାଉଥିବା ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବିମାନକୁ ପାନାମାରେ ଜରୁରୀକାଳିନ ଅବତରଣ କରାଯାଇଥିଲା । ମୃତ୍ୟୁର ୩ ଘଂଟା ପୂର୍ବରୁ ପାଇଲଟ ଜଣକ ଅସୁସ୍ଥ ଅନୁଭବ କରିଥିଲେ ।
ବାଥରୁମରେ ଖସିପଡିଥିଲେ ପାଇଲଟ୍ । ପରେ ହୃଦଘାତର ଶୀକାର ହୋଇଥିଲେ । ପାଇଲଟଙ୍କୁ ଜରୁରୀ ଚିକିତ୍ସା ମଧ୍ୟ ଯୋଗାଇଦିଆଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଂଚିଯାଇପାରିନଥିଲା । ବିମାନରେ ପ୍ରାୟ ୨୭୧ ଜଣ ଯାତ୍ରୀ ଥିଲେ ।