କୋରିଆ ଓପନ୍‌: ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଲେ ସିନ୍ଧୁ, ଶ୍ରୀକାନ୍ତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କୋରିଆ ଓପନ୍‌ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ କିଦାମ୍ବି ଶ୍ରୀକାନ୍ତ । ମହିଳା ଏକକ ମୁକାବିଲାରେ ଚଳିତ ସପ୍ତାହରେ ୧୭ତମ ମାନ୍ୟତାକୁ ଖସିଥିବା ସିନ୍ଧୁ ୧୮-୨୧, ୨୧-୧୦, ୧୩-୨୧ରେ ୨୨ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ପାଇ ୟୁ-ପୋଙ୍କଠୁ ହାରି ଯାଇଛନ୍ତି। ପୁରୁଷ ଏକକରେ ଶ୍ରୀକାନ୍ତ ୨୧-୧୨, ୨୨-୨୪, ୧୭-୨୧ରେ ଦୁଇ ଥରର ବିଶ୍ବ ବିଜେତା ଜାପାନର କେଣ୍ଟୋ ମୋମୋତାଙ୍କଠୁ ପରାସ୍ତ ହୋଇଛନ୍ତି। ମୋମୋତାଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କ ଏହା ୧୫ତମ ଏବଂ ଲଗାତାର ଦ୍ବାଦଶ ପରାଜୟ। ତେବେ ପଞ୍ଚମ ମାନ୍ୟତାପ୍ରାପ୍ତ ଏଚ୍‌ଏସ୍‌ ପ୍ରଣୟ ଏବଂ ଯୁବ ଭାରତୀୟ ପ୍ରିୟାଂଶୁ ରାଜୱାତ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି।

ପ୍ରଣୟ ୨୧-୧୩, ୨୧-୧୭ରେ ବେଲ୍‌ଜିୟମର ଜୁଲିଏନ କାରାଗିଙ୍କୁ ଏବଂ ପ୍ରିୟାଂଶୁ ୨୧-୧୫, ୨୧-୧୯ରେ ସ୍ଥାନୀୟ ଖେଳାଳି ଚୋଇ ଜି ହୁଁଙ୍କୁ ହରାଇଛନ୍ତି। ମିଶ୍ରିତ ଯୁଗଳରେ ଏନ୍‌ ସିକ୍କି ରେଡ୍ଡୀ ଓ ରୋହନ କପୁର ୨୧-୧୭, ୨୧-୧୭ରେ ଫିଲିପାଇନ୍ସର ଅଲ୍‌ଭାନି ମୋରାଡା ଓ ଆଲିସାା ସାବେଲ ଲେଓନାର୍ଡୋଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

Leave A Reply

Your email address will not be published.