ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଲିଉଡ ତାରକା ମାନେ ପରଦାରେ ନିଜର ଦମଦାର ଅଭିନୟ ଦେଖାଇ କୋଟି କୋଟି ଫ୍ୟାନ୍ସଙ୍କର ହୃଦୟ ଜିତୁଛନ୍ତି । ସେଲିବ୍ରେଟିଙ୍କର ଷ୍ଟାଇଲ ଠାରୁ ଆରମ୍ଭ କରି ତାଙ୍କ ଲଗଜରିସ ଲାଇଫ ଷ୍ଟାଇଲ ହେଉକି ଅଫେୟାରସ ସବୁ କିଛି ବିଷୟରେ ଲୋକମାନେ ଜାଣିବାକୁ ଆଗ୍ରହୀ ରହିଥାନ୍ତି । କିନ୍ତୁ ସେମାନଙ୍କର ବ୍ୟକ୍ତିଗତ ସମସ୍ୟା ବିଷୟରେ କାହାର ଧାରଣା ନାହିଁ । ଦର୍ଶକ ମାନଙ୍କୁ ସଦାସର୍ବଦା ମନୋରଞ୍ଜନ କରିବା ପାଇଁ ସେ ସବୁବେଳେ ମୁହଁରେ ଏକ ଚମକ ରଖିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅନେକ ତାରକା ଅଛନ୍ତି ଯେଉଁମାନେ ଦୀର୍ଘଦିନ ଧରି ଗୁରୁତର ରୋଗର ଶିକାର ଅଛନ୍ତି । ଏହି ଲିଷ୍ଟରେ ଅନେକ ବଡ ବଡ ସେଲିବ୍ରେଟିଙ୍କର ନା ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଫିଟନେସ୍ ଫ୍ରି ସତ୍ୱେ ଏହି ତାରକା ମାନେ ଅନେକ ଗଭୀର ରୋଗରେ ପୀଡିତ ଅଛନ୍ତି । ଯେଉଁ ରୋଗର ସ୍ଥାୟୀ ଔଷଧ ନାହିଁ କି ସେମାନେ କେବେ ଆରୋଗ୍ୟ ହୋଇପାରିବେ ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଏପରି କିଛି ବଲିଉଡ ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁ ମାନେ ଗୁରୁତର ରୋଗର ସମ୍ମୁଖୀନ ହେଉଛନ୍ତି ।
ଅଜୟ ଦେବଗନ :
ଅଜୟ ଦେବଗାନ୍ ତାଙ୍କ ଚଳଚ୍ଚିତ୍ରରେ ଯେତିକି ଶକ୍ତିଶାଳୀ, ସେ ବାସ୍ତବ ଜୀବନରେ ଚିନ୍ତାରେ ରହିଥାନ୍ତି । ଟେନିସ୍ ଏଲବୋ ବ୍ୟତୀତ ତାଙ୍କର ବର୍ଡରଲାଇନ ଓସିଡି ସମସ୍ୟା ମଧ୍ୟ ଅଛି । ତେବେ ଏ ଖବର ବିଷୟ ଅଜୟ ନୁହେଁ ଏକ ପୁରୁଣା ସାକ୍ଷାତକାରରେ କାଜୋଲ ଏହା ପ୍ରକାଶ କରିଥିଲେ ।
ସଲମାନ ଖାନ:
ବଲିଉଡର ଭାଇଜାନ ସଲମାନ ଖାନକୁ କିଏ ବା ନ ଜାଣେ । ତାଙ୍କ ଅଭିନୟ ଏବଂ କ୍ରୋଧ ପୁରା ବଲିଉଡକୁ ଜଣା । ତେବେ ଦୂରରୁ ସୁସ୍ଥ ଦେଖା ଯାଉଥିବା ସଲମାନ ମଧ୍ୟ ଏକ ଗୁରୁତର ରୋଗର ଶିକାର ହୋଇଛନ୍ତି । ଟ୍ରାଇଗେମିନାଲ୍ ନ୍ୟୁରାଲଜିଆ ନାମକ ଏକ ରୋଗ ଆକ୍ରାନ୍ତ ଅଛନ୍ତି । ଯାହାଫଳରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡେ ।
ଶାହାରୁଖ ଖାନ:
ଅନେକ ସମୟରେ ବିଭିନ୍ନ ଇଣ୍ଟଭ୍ୟୁରେ ଶାହରୁଖ କୁହନ୍ତି ଯେ ସେ ରାତିରେ ଶୁଅନ୍ତି ନାହିଁ । ତାଙ୍କ ରାତିରେ ନିଦ ଲାଗେ ନାହିଁ । ତାଙ୍କ ଏହି ସମସ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଦିନରୁ ଆରମ୍ଭହୋଇଛି ।ଯାହାଫଳରେ ସେ ରାତିରେ ନଶୋଇ ଫୋନରେ କଥା ହୋଇ ଥାନ୍ତି ।
ବରୁଣ ଧାୱନ :
ୟୁଥ ଆଇକନରେ ରହିଚନ୍ତି ବରୁଣ ଧାୱନ । ଷ୍ଟୁଡେଣ୍ଟ ଅଫ ଦି ଇୟର ଜରିଆରେ ବଲିଉଡରେ ପାଦ ଦେଇଥିଲେ ବରୁଣ । ତା ଭିତରେ ବିତିଗଲା ୧୨ ବର୍ଷ ଆଉ ସେ ଗୋଟେ ପରେ ହିଟ ଫିଲ୍ମ ଦେଇ ଆସୁଛନ୍ତି । ତେବେ ତାଙ୍କର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ଯେ ସେ ଷ୍ଟିପୁଲାର ହାଇପୋଫଙ୍କସନ ନାମକ ଏକ ସମସ୍ୟାର ଶିକାର ହେଉଛନ୍ତି । ଏହି ରୋଗରେ ଜଣେ ବ୍ୟକ୍ତି ନିଜ ଶରୀରର ସନ୍ତୁଳନ ହରାଇଥାଏ ।
କେବଳ ଅଭିନେତା ନୁହଁ ଅଭିନେତ୍ରୀ ମଧ୍ୟ ଗଭୀର ରୋଗରେ ଶିକାର ଅଛନ୍ତି ।
ସୋନମ କପୁର :
ସୋନମ କପୁର ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ମଧୁମେହ ଅଛି । ସେ କିଶୋର ବର୍ଷରୁ ଏହି ରୋଗ ସହିତ ସଂଘର୍ଷ କରି ଆସୁଛନ୍ତି । ତଥାପି, ସେ ନିଜ ଫିଟନେସର ଯତ୍ନ ନିଅନ୍ତି । ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ଯୋଗ ଏବଂ ଔଷଧ ସେବନ କରନ୍ତି ।
ସମାନ୍ଥାରୁଥ ପ୍ରଭୁ:
ଦକ୍ଷିଣ ଭାରତର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ସମାନ୍ଥା ଜଣେ । କିନ୍ତୁ, ଅତି ସୁନ୍ଦର ଦେଖାଯାଉଥିବା ସମାନ୍ଥା ସୋସିଆଲ ମିଡିଆରେ ତାଙ୍କର ଗୁରୁତର ଅସୁସ୍ଥତା ବିଷୟରେ ଉଲ୍ଲେଖ କରିଥିଲେ । ସେ ମାୟୋସିଟିସ୍ ନାମକ ଏକ ରୋଗରେ ପୀଡିତ । ଏହି ରୋଗରେ ମାଂସପେଶୀ ଫୁଲିଯାଏ । ଯେଉଁଥିପାଇଁ ଥକାପଣ ଏବଂ ଶ୍ୱାସ ନେବାରେ ଅସୁବିଧା ହୁଏ । ଗତକିଛି ଦିନ ହେଲା ତାଙ୍କର ଏହି ରୋଗ କାରଣରୁ ସେ ଫିଲ୍ମ ଠାରୁ ଦୁରେଇ ରହିଛନ୍ତି ।