ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁଲାଇ ୭ ତାରିଖ ସକାଳ ୫ ଟା ରୁ ଓ ୮ ତାରିଖ ସକାଳ ୬ ଟା ରୁ | କେବଳ ରଥଯାତ୍ରା ନୁହେଁ ବରଂ ବାହୁଡା ଯାତ୍ରା ଦେଖିବେ ୧୫ ତାରିଖ ସକାଳ ୬ ଟା ରୁ, ୧୬ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ଓ ୧୯ ତାରିଖ ରାତି ୧୦:୩୦ ରୁ ଦେଖିବେ ନୀଳାଦ୍ରୀ ବିଜେର ମଧ୍ୟ ସିଧା ପ୍ରାସାରଣ କେବଳ ଜୀ-ସାର୍ଥକରେ | ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ |
ଏଥର ଉପସ୍ଥାପକ ଭାବରେ ଲୋକପ୍ରିୟ ଓ ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଓ ପ୍ରବଚକ ମାନେ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ । ଏଥର ଜୀ-ସାର୍ଥକରେ ରଥଯାତ୍ରା ହେବ ନିଆରା କାରଣ ଚ୍ଯାନେଲର ଲୋକପ୍ରିୟ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ଦୁଇ ଭଉଣୀ ପହଁଚିବେ ପୁରୀ ବଡ଼ଦାଣ୍ଡରେ ଓ ସେଠାରୁ ସିଧା ପ୍ରସାରଣରେ ଆପଣଙ୍କୁ ଦେଖାଇବେ ଲକ୍ଷ ଲକ୍ଷ ଭକ୍ତଙ୍କ ଅନୁଭୂତି ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଚିଫ ଚ୍ୟାନେଲ ଅଫିସର ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ | ଏହି ପରିପ୍ରେକ୍ଷିରେ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଆମେ ଏଥର ଆମ ନିଜର କ୍ୟାମେରା ଟିମ୍ ସହିତ ସମସ୍ତ ଉପକରଣ ଆୟୋଜନ କରିଛୁ । ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ |