ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ତ୍ତମାନ ଅଧିକାଂଶ ପରିବାର ମୂଲ୍ୟ ୧୦୦ ପାର କରିଛି । ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି। ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ, ଯାହା ବଳିଲା କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନା ଢାଲିଲା । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ଟମାଟୋ କିଲୋପିଛା ୫୦ ଟଙ୍କା, ବାଇଗଣ କିଲୋ ପିଛା ୩୦ଟଙ୍କା, ପୋଟଳ ୫୦ ଟଙ୍କା, ଅଦା ୭୦ ଟଙ୍କା, ବିନ୍ସ ୫୦ ଟଙ୍କା, ଲଙ୍କା ୫୦ ଟଙ୍କା, ସାରୁ କିଲୋ ପିଛା ୩୦ ତାଙ୍କ ଦରରେ ବିକ୍ରି କରିଛି କଂଗ୍ରେସ।
ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତ୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଛାତ୍ର କଂଗ୍ରେସ ଟାଙ୍ଗିଥିଲା । ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି। ଗ୍ରାହକ ମଧ୍ୟ କମ୍ ଦରରେ ପରିବା କିଣି ବେଶ୍ ଖୁସି। ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ମୁତୟନ କରାଯାଇଥିଲା ବ୍ୟାପକ ପୁଲିସ ଫୋର୍ସ ।