ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ପାଇଁ ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ।ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ।ସାମଗ୍ରିକ ଅବଦାନ ପାଇଁ ହଙ୍ଗେରିଆନ ଲେଖକଙ୍କୁ ନୋବେଲ ପୁରସ୍କାର।ଏକାଧିକ ସିନେମା ଓ ମ୍ୟୁଜିକରେ କାମ କରିଛନ୍ତି ଲାସଲୋ।

୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ । ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବେଲ ପୁରସ୍କାରର ବିଭିନ୍ନ ବର୍ଗ ମଧ୍ୟରେ ସାହିତ୍ୟ ପୁରସ୍କାରଟି ଅନ୍ୟତମ ଲୋକପ୍ରିୟ ପୁରସ୍କାର ଭାବେ ପରିଗଣିତ ହୋଇଥାଏ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ମହିଳା ଅଛନ୍ତି ।

Leave A Reply

Your email address will not be published.