ଓଡ଼ିଆ ନ୍ୟୁଜ୍: ବିଜେଡି ବିଧାୟିକାଙ୍କ ସରକାରୀ ଘରେ ପୋଲିସ । କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୋଲିସର ଚଢାଉ । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ।ଖବର ଅନୁଯାୟୀ, ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ରେ କୁଆଡ଼େ ହତ୍ୟା ଧମକ ଦେଇଥିଲେ । ଏନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ ଚଢାଉ ହୋଇଛି। କିନ୍ତୁ ବାସଭବନରେ ମନୋରମା ମହାନ୍ତି କି ତାଙ୍କ ସ୍ୱାମୀ ଉପସ୍ଥିତ ନଥିଲେ ।