ବର୍ଷକରେ ୭୭ ମାଓବାଦୀଙ୍କ ସରେଣ୍ଡର କରିଛନ୍ତି: DGP

0

ଓଡ଼ିଆ ନ୍ୟୁଜ୍: ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି।ଫୁଲବାଣୀରେ ମାଓ ସମୀକ୍ଷା କରିବା ପରେ ସୂଚନା ଦେଲେ DGP।୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ୍‌ ବେଳେ ନିପାତ କରାଯାଇଛି।ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ।ନୂଆପଡ଼ା-ଗରିଆବନ୍ଧ ସୀମାନ୍ତ ଅପରେସନ୍‌ରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା।ଆଉ ଓଡ଼ିଶାରେ ଏବେ ଏମାନଙ୍କ ସଂଖ୍ୟା ସିଙ୍ଗଲ ଡିଜିଟ୍‌କୁ ଖସି ଆସିଛି।

ଗୋଟିଏ ଛୋଟ ଗ୍ରୁପ୍‌ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡିରେ କାମ କରୁଛନ୍ତି।ସରେଣ୍ଡର ପାଇଁ ଅପିଲ୍‌ କରୁଛି, ନଚେତ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବେ।‘SOG, DVF, SIW, CRPF, BSFଙ୍କ ସମ୍ମିଳିତ ପ୍ରୟାସରୁ ସଫଳତା।

Leave A Reply

Your email address will not be published.