କାଲିଠୁ ମୌସୁମୀ ଅଧିବେଶନ; ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଂଗ ଉଠାଇବ ବିଜେଡି

0

ଓଡ଼ିଆ ନ୍ୟୁଜ୍ : ସଂସଦର ମୌସୁମୀ ଅଧିବେଶନ ଆସନ୍ତା କାଲିଠୁ ଆରମ୍ଭ ହେବ। ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା, କୋଲ୍ ରୟାଲଟିରୁ ଓଡ଼ିଶା ବଞ୍ଚିତ ହେବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି । ରବିବାର ସର୍ବଦଳୀୟ ବୈଠକ ବସିଥିବା ବେଳେ ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଉପସ୍ଥିତ ରହି ଅନେକ ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟି ଯୋଗୁଁ ୪୦ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି କିନ୍ତୁ ଏହାକୁ ରାଜ୍ୟ ସରକାର ହାଲୁକା ଭାବେ ନେଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛି ବିଜେଡି।

କୋଲ୍ ରୟାଲଲିଟିରୁ ଓଡ଼ିଶା ବଞ୍ଚିତ ହେଉଛି। ଓଡ଼ିଶାକୁ ତା’ର ହକ୍ ମିଳିବା ଆବଶ୍ୟକ ରହିଛି। ସେହିପରି MP ଲ୍ୟାଡ୍ ଫଣ୍ଡ୍ ଖର୍ଚ୍ଚ ନେଇ ବି ଉଦବେଗ୍ ପ୍ରକାଶ କରିଛନ୍ତି ମାନସ ମଙ୍ଗରାଜ। ସେ ଅଭିଯୋଗ କରିଛନ୍ତି କି MP ଲ୍ୟାଡ୍ ଖର୍ଚ୍ଚ କରାଇ ନଦେବାକୁ ଉଦ୍ୟମ ହେଉଛି। ଅର୍ଥ ପଡ଼ି ରହିଛି, ହେଲେ ଖର୍ଚ୍ଚ ହୋଇପାରୁନି । ଯେଉଁଠି ବି ଖର୍ଚ୍ଚ ହେଉଛି ସେଠାରେ ମନ୍ତ୍ରୀଙ୍କ ଫଳକ ଲାଗୁଛି। ଏହା ଉପରେ ଏକ ବିଶେଷ ଆଲୋଚନା ପାଇଁ ଦାବି ରଖିଛନ୍ତି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ।

Leave A Reply

Your email address will not be published.