ରାସ୍ତାକୁ ହଠାତ୍ ମାଡିଆସିଲା ବିମାନ, ୧୦ ମୃତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାସ୍ତାରେ କାର୍‌, ବାଇକ୍‌ ଆଦି ଚଳାଚଳ କରୁଥିବା ବେଳେ ହଠାତ୍‌ ମାଡ଼ିଗଲା ଏକ ବିମାନ । ବିମାନଟି ରାସ୍ତାରେ ଯାଉଥିବା କାର୍‌, ବାଇକ୍‌ ଉପରେ ଚଢ଼ିଯିବା ସହ ଜଳି ଉଠିଲା। ଗତକାଲି ମାଲେସିଆର ଉତ୍ତର କ୍ୱାଲାଲାମପୁରର ଏକ୍ସପ୍ରେସ ୱେରେ ଗତକାଲି ଅପରାହ୍ନରେ ଦେଖିବାକୁ ମିଳିଥିଲା ଏକ ଭୟଙ୍କର ଦୃଶ୍ୟ। ଏପରି ଏକ ଛାତିଥରା ଦୁର୍ଘଟଣାରେ ୧୦ ଜଣ ଆଖି ବୁଜିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ବିମାନରେ ଥିବା ସମସ୍ତ ୬ ଯାତ୍ରୀଙ୍କ ସହ ୨ କ୍ରିୟୁ ସଦସ୍ୟ ଓ ୨ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

ଏକ ବ୍ରିଚକ୍ରାଫ୍ଟ ମଡେଲ ପ୍ଲେନ ୬ ଯାତ୍ରୀ ଓ ୨ କ୍ରିଉ ମେମ୍ବରଙ୍କୁ ନେଇ ଗତକାଲି ଲ୍ୟାଙ୍ଗକାବି ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ସୁଲତାନ ଅବଦୁଲ ଅଜିଜ ଶାହ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥାନ୍ତା। ଅପରାହ୍ନ ୨ଟାରେ ବିମାନଟି ମାଲେସିଆ ଏୟାରପୋର୍ଟରେ ବିମାନଟି ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏଥିସହ ଘଟଣାସ୍ଥଳକୁ ଚାରିଆଡ଼ୁ ସିଲ୍‌ କରାଯାଇଥିବା ବେଳେ ଯାଞ୍ଚ ପାଇଁ ବରିଷ୍ଠ ଅଧିକାରୀ ପହଞ୍ଚିଥିବା ଜଣାଯାଇଛି। ବିମାନଟି ୨ଟା୪୭ ମିନିଟ୍‌ରେ ସୁବାଙ୍ଗ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ସହ ପ୍ରଥମେ ସମ୍ପର୍କ କରିଥିବା ବେଳେ ୨ଟା ୪୮ ମିନିଟ୍‌ରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଗଲା।

ମାତ୍ର ୨ଟା୫୧ ମିନିଟ୍‌ରେ ସୁବଙ୍ଗ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ନିକଟରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଲା। କୌଣସି ଯାନ୍ତ୍ରୀକ ତ୍ରୁଟି ଥିଲେ ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିବା କଥା। କିନ୍ତୁ ବିମାନଟି ଦୁର୍ଘଟଣା ପୂର୍ବରୁ କିନ୍ତୁ ଏମରଜେନ୍ସି କଲ୍‌ କରି ନ ଥିବା ଜଣାଯାଇଛି। ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଥିବା ସତ୍ତ୍ୱେ ତାହା କିପରି ରାସ୍ତା ଉପରକୁ ମାଡ଼ିଗଲା ତାହାର ତଦନ୍ତ ହେଉଛି।

Leave A Reply

Your email address will not be published.