ଓଡ଼ିଆ ନ୍ୟୁଜ୍: ଆଉ ଏକ F-୩୫ ଆମେରିକୀୟ ଯୁଦ୍ଧବିମାନ ଖସାଇବା ନେଇ ଇରାନ୍ର ଦାବି।ସେଣ୍ଟ୍ରାଲ ଇରାନ ଉପରେ ବିମାନଟି ଖସିଥିବା ନେଇ ଇରାନର ଦାବି। ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିନାହିଁ ସ୍ପଷ୍ଟୀକରଣ। ଆଇଆରଜିସି ଦାବି କରିଛି ଯେ, ସେମାନେ ଆମେରିକାର ଏକ ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି । ଯାହାର ଭିଡିଓ ମଧ୍ୟ ଜାରି ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆମେରିକାର ଏକ ଯୁଦ୍ଧ ବିମାନକୁ ଇସ୍ରାଏଲ ମିସାଇଲ୍ ଇଣ୍ଟରସେପ୍ଟ କରୁଛନ୍ତି । ଆକାଶରେ ହିଁ ଆକ୍ରମଣ କରି ଖସାଇ ଦେଉଛନ୍ତି । କାସିମ୍ ଦ୍ୱୀପ ନିକଟରେ ଏହି ଘଟଣା ଘଟିଛି ।
ତେବେ ଇରାନର ଦାବିକୁ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅଗ୍ରାହ୍ୟ କରି ଦେଇଛି । କୌଣସି ଯୁଦ୍ଧ ବିମାନ କ୍ଷତି ହୋଇନଥିବା ୟୁଏସ କହିଛି । ଅନ୍ୟ ଦିଗରେ ଇରାନ ସରକାର ଆମେରିକାର ଆବ୍ରାହମ୍ ଲିଙ୍କନକୁ ଟାର୍ଗେଟ୍ କରିଥିବା କହିଛନ୍ତି । ୟୁଏଇ ସୀମା ନିକଟରେ ଥିବା ଆବ୍ରାହମ୍ ଲିଙ୍କନ ଉପରେ ମିସାଇଲ୍ ଆକ୍ରମଣ ହୋଇଛି । ଏଥିରେ ଅନେକ ମୃତହାତ ହୋଇଥିବା ତେହେରାନ ପକ୍ଷରୁ କୁହାଯାଇଛି ।