ଅବକାରୀ ବିଭାଗର ନୂଆ ଗାଇଡଲାଇନ, ଟେଟ୍ରା ପ୍ୟାକରେ ମିଳିବ ମଦ

0

ଓଡ଼ିଆ ନ୍ୟୁଜ୍: ଅବକାରୀ ବିଭାଗର ନୂଆ ଗାଇଡଲାଇନ; ଟେଟ୍ରା ପ୍ୟାକରେ ମିଳିବ ମଦ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର।୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ।ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ OTDCକୁ ବିକ୍ରି ପାଇଁ ଅନୁମତି।ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଅପସନ ଅଛି, ସେମାନେ କେଉଁଟାକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯିଏ ବ୍ୟବସାୟୀ ତାଙ୍କୁ ବାନ୍ଧିକରି କାମ କରାଯାଏନି । ସରକାର ରେଗୁଲେସନ ପାର୍ଟକୁ ଦେଖନ୍ତି । ଅବୈଧ ବିକ୍ରି ଉପରେ ନଜର ରଖିଥାନ୍ତି । ବିରୋଧୀ ଏହି କଥାକୁ ନେଇ ଜିରାରୁ ଶିରା ବାହାର କରୁଛନ୍ତି, ସେମାନେ ପ୍ରଥମେ ପଲିସିଟିକୁ ଭଲ ଭାବେ ପଢନ୍ତୁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଦ ନୀତିରେ ଅଛି ପୁରୀ ବାଦ୍ ଯଦି ଓଡ଼ିଶା ପର୍ଯ୍ୟଟନ ନିଗମ ଚାହିଁବ, ତାହାଲେ ସେମାନେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ । ଅନ୍ୟ ରାଜ୍ୟ ଭଳି ମଦ ଦୋକାନ ଖୋଲା ନଯିବାକୁ ନିଷ୍ପତି ଅଛି । ଯଦି ପର୍ଯ୍ୟଟନ ନିଗମ ତଥା ଓଟିଡ଼ିସି ଚାହିଁବ ତେବେ ସେଠାରେ ଲାଇସେନ୍ସ ଦିଆଯିବ । ଅଯଥା ଦ୍ବନ୍ଦ୍ବ ତିଆରି କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.