୮ ନକଲି CID ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍: ନକଲି CID ଅଧିକାରୀଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ। ସିଆଇଡି ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ।ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କଲା ପୋଲିସ।

ବେଶଭୂଷା ଥିଲା ଠିକ୍‌ଠାକ୍ । ନିଜକୁ CID ଅଧିକାରୀ କହୁଥିଲେ । ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ l ନିଜକୁ CID କହି ଯାଞ୍ଚ ଆଳରେ ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ପ୍ରବଳ ଅନିୟମିତତା ଥିବା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ CID କହି ମାଲିକଙ୍କୁ ଚୂନ ଲଗାଉଥିଲେ । ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ଦେଖିବାକୁ ମିଳିଥିଲା କିଛି ଏମିତି । ନାଲି ପତାକା ମାରି ଟଙ୍କା ମାଗୁଥିଲେ ନକଲି CID । ସେହି ସମୟରେ ପହଞ୍ଚିଗଲା ପୋଲିସ । ଏଭଳି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Leave A Reply

Your email address will not be published.