ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଧା ରହିଗଲା ଶିବ ଦର୍ଶନ । ବିଦ୍ୟୁତ ଲାଗି ଚାଲିଗଲା କାଉଡିଆଙ୍କ ଜୀବନ । ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରେ ଘଟିଯାଇଛି ଏକ ବିରାଟ ଅଘଟଣ । ପିକଅପ ଭ୍ୟାନରେ କରେଣ୍ଟ ଲାଗିଯିବାରୁ ୧୦ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୬ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜଲପାଇଗୁଡି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଶ୍ରାବଣ ସୋମବାରରେ ମହାଦେବଙ୍କ ଉପରେ ବାଣି ଢାଳିବାକୁ ଯାଉଥିବା ବେଳେ ମୃତ୍ୟୁମୁଖରେ ପଡିଛନ୍ତି ୧୦ ଜଣ କାଉଡିଆ । ପିକଅପ ଭ୍ୟାନରେ କରେଣ୍ଟ ଲାଗି ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଭ୍ୟାନରେଥିବା ଜେନେରେଟର ସର୍ଟ ସର୍କିଟ ଯୋଗୁଁ ଏଭଳି ଏକ ଅଘଟଣ ଘଟିଯାଇଛି । ଫଳରେ ୧୦ ଜଣ କାଉଡିଆ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଏଥିରେ ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବୁଦ୍ୟୁତ୍ କିପରି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।