ନକ୍ସଲଙ୍କ ଯୋଜନା ପଣ୍ଡ, ରେଳଧାରଣାରୁ ୧୦ କେଜି ଓଜନର ଲ୍ୟାଣ୍ଡମାଇନ ଜବତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ନକ୍ସଲଙ୍କ ବଡ ଧରଣର ଅଘଟଣା ଘଟାଇବା ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ରେଳ ଧାରଣାରୁ ଜବତ ହୋଇଛି ୧୦ କେଜି ଓଜନର ଲ୍ୟାଣ୍ଡମାଇନ । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ ।

ଡିଭିଏଫ ଯବାନମାନେ ରେଳଧାରଣାର ପାର୍ଶ୍ୱରୁ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି। ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନଙ୍କ ସର୍ଚ୍ଚ ଅପରେସନରେ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସିଆରପିଏଫ ଓ ଆରପିଏଫ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଏନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.