‘୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି’

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନା ପହଲଗାମ୍ ଆତଙ୍କବାଦୀ ହମଲାର ଜବାବ ଦେଇଛି । ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଏହି ଅପରେସନରେ ଭାରତୀୟ ସେନା ପ୍ରୟା ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛି । ଏହି ଏୟାର ଷ୍ଟ୍ରାଇକରେ ଆତଙ୍କୀ ଟ୍ରେନିଂ ସେଣ୍ଟର, ଲଞ୍ଚ ପ୍ୟାଡ୍ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଛି । ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଠିକଣା ନଷ୍ଟ ହୋଇଛି । ଡିଜିଏମଓ ପ୍ରେସ୍ କନଫ୍ରେନ୍ସ ବେଳେ ଭାରତୀୟ ସ୍ଥଳ ସେନାର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ କହିଛନ୍ତି, ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା ।

ଭାରତୀୟ ବାୟୁସେନା ଟାର୍ଗେଟରେ ଥିଲା ପାକିସ୍ତାନର ବାହଓ୍ବାଲପୁର ଓ ମୁରିଦକେ ଆତଙ୍କୀ ଗଡ଼ । ମୁରିଦକେ ଆତଙ୍କବାଦୀ କ୍ୟାମ୍ପର ୪ଟି ଟାର୍ଗେଟକୁ ଧ୍ବସ୍ତ କରାଯାଇଛି । ଏହି ସ୍ଥାନରେ ଗାଇଡେଡ୍ କ୍ଷେପଣାସ୍ତ୍ରରେ ପ୍ରହାର କରାଯାଇଥିଲା ବୋଲି ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

Leave A Reply

Your email address will not be published.