ପାକିସ୍ତାନ ଆତଙ୍କବାଦୀ ହମଲାରେ ୧୧ ଶ୍ରମିକ ମୃତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ)  : ପାକିସ୍ତାନରେ ଆତଙ୍କୀ ହମଲା ହୋଇଛି। ଏତିରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତିନି ଜଣ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ। ସେମାନଙ୍କୁ ଖୋଜାଖୋଜି କରାଯାଉଥିବା କଟ୍ କହିଛନ୍ତି।

ସୂଚନା ଅନୁସାରେ ଆଫଗାନିସ୍ତାନ ସୀମାବର୍ତ୍ତୀ ପାକିସ୍ତାନର ଖାଇବର୍ ପଖତୁନଖ୍ୱା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଶ୍ରମିକମାନେ ଏକ ନିର୍ମାଣଧୀନ ସରକାରୀ ଭବନରେ କାର୍ୟ୍ୟ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଉତ୍ତର ୱାଜିରିସ୍ତାନ ଡେପୁଟି କମିଶନର ରେହାନ ଗୁଲ କଟ୍ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ଶାୱାଲ ତହସିଲର ଗୁଲ ମୀର କୋଟ ନିକଟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ପାକିସ୍ତାରେ ଆତଙ୍କୀ ହମଲା କିଛି ନୂଆ ହୋଇନଥିଲେ ମଧ୍ୟ କିଛି ଦିନ ଧରି ଅଧିକ ଅଶାନ୍ତ ହୋଇପଡିଛି ଦେଶ। ଲଗାତାର ଭାବେ ଦେଶରେ ଆତଙ୍କୀ ହମଲା କରୁଥିବାର ଖବର ସାମ୍ନାକୁ ଆସିଛି। ସେପଟେ ତିନି ଦିନ ହେବ ପାସ୍ତୁନ ଲୋକେ ବିଭାଜନ ଦାବିରେ ଅଡି ବସିଛନ୍ତି। ସେନାର ଅତ୍ୟାଚାର ଅସହ୍ୟ ହେଉଥିବା ଅଭିଯୋଗ କରି ପାସ୍ତୁନ ଲୋକେ ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ କରିଥିଲେ।

Leave A Reply

Your email address will not be published.