ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥିପାଇଁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦେବା ପାଇଁ ମୁତୟନ ହୋଇଛନ୍ତି ପାଖାପାଖି ୪ ରୁ ୫ ପ୍ଲାଟୁନ ପୁଲିସ। କମିଶନରେଟ ପୁଲିସ ଅଧୀନ ବିଭିନ୍ନ ଥାନାର ଥାନା ଅଧିକାରୀ ମଧ୍ୟ ମୁତୟନ ରହିଛନ୍ତି। ଏସିପିମାନେ ମଧ୍ୟ ଉପସ୍ଥିତ ରହି କରୁଛନ୍ତି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଡିସିପି ପ୍ରତୀକ ସିଂ ନିଜେ ଜନତା ମୈଦାନରେ ଉପସ୍ଥିତ ରହି ସୁରକ୍ଷା ସମୀକ୍ଷା କରୁଛନ୍ତି। ଏଥି ସହ ଗୁଇନ୍ଦା ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କମିଶନରେଟ ପୁଲିସ ଅଧିକାରୀ ସାଧା ପୋଷାକରେ ପିଲାଙ୍କ ଭିତରେ ଉପସ୍ଥିତ ରହିଛନ୍ତି।
ଆଜି ଜନତା ମୈଦାନରେ ଏକାଠି ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିୁଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍। ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ୫-ଟି ସଚିବ। ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା। କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ ରଖିବେ ଛାତ୍ରଛାତ୍ରୀ। ଫାଇଭ-ଟି ସଚିବଙ୍କୁ କାଳିମାଡ଼ ପରେ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।