ଓଡ଼ିଶାରେ ଅଛନ୍ତି ୧୨ ଜଣ ପାକିସ୍ତାନୀ!

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଛନ୍ତି। ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ଜଣ ପାକିସ୍ତାନୀ । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ସରକାରଙ୍କ ପଦକ୍ଷେପ । ଭାରତ ଛାଡ଼ ନୋଟିସ ନେଇ ପ୍ରକ୍ରିୟା ଆରମ୍ଭ । ପହଲଗାମ ଆକ୍ରମଣ ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀ ମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେପଟେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି । ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ସତର୍କ ରାଜ୍ୟ ସରକାର । ସମୁଦ୍ରତଟ ସୁରକ୍ଷା ପାଇଁ ସଜାଗ ଅଛନ୍ତି ମେରାଇନ୍ ପୋଲିସ ଓ କୋଷ୍ଟ ଗାର୍ଡ ।

Leave A Reply

Your email address will not be published.