ଓଡ଼ିଆ ନ୍ୟୁଜ୍: ପହଲଗାମରେ ଆତଙ୍କୀ ହମଲା ପରେ, ଭାରତ ସରକାର ଆକ୍ସନ ମୋଡରେ ଅଛନ୍ତି। ଏପରିକି ପାକିସ୍ତାନୀ ରେଞ୍ଜର୍ସଙ୍କ ଦ୍ବାରା ଅଟକ BSF ଯବାନଙ୍କୁ ମୁକୁଳାଇବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ବିଏସଏଫ୍ର ତୃତୀୟ ଫ୍ଲାଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପରିକି ବିଏସ୍ଏଫ ଡିଜି କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଛନ୍ତି।ଅନ୍ୟପକ୍ଷେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପାଇଁ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ସେନାର ଶୀର୍ଷ କମାଣ୍ଡର ତାଙ୍କୁ ଘାଟି ଏବଂ ନିୟନ୍ତ୍ରଣ ରେଖାରେ ସୁରକ୍ଷାବାହିନୀ ଦ୍ୱାରା ନିଆଯାଇଥିବା ଆତଙ୍କବାଦ ବିରୋଧୀ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି।
ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠି ପହଲଗାମ ଏବଂ ସମଗ୍ର ଜମ୍ମୁ କଶ୍ମୀରର ସୁରକ୍ଷା ପରିସ୍ଥିତି ବିଷୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି ଯେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।