କ୍ରୁଟର ୧୩ ନୂଆ ରୁଟ୍‌: ଏଣିକି କାକଟପୁର, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଜୁଲାଇ ୧ରୁ ‘ମୋ ବସ୍‌’ ୧୩ଟି ନୂଆ ରୁଟ୍‌ରେ ସେବା ପ୍ରଦାନ କରିବ। ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ ୧୩ଟି ରୁଟ୍‌କୁ ଯୋଡ଼ିଛି। ନୂଆ ରୁଟ୍‌ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗ ଯୋଡ଼ି ହୋଇଛନ୍ତି।

ଏହି ନୂଆ ରୁଟ୍‌ ଗୁଡିକରେ ‘ମୋ ବସ୍‌’ ସେବା ଦ୍ୱାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ। ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ। ଏହି ସବୁ ଅଞ୍ଚଳର ପ୍ରମୁଖ ହବ୍‌ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍‌ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କହିଛି କ୍ରୁଟ୍‌।

Leave A Reply

Your email address will not be published.