୧୭୦ କେଜିର ଗଞ୍ଜେଇ ଜବତ ଜଣେ ଗିରଫ

0

ଦିନକୁ ଦିନ ବଢ଼ିଚାଲିଛି ବେଆଇନ ଗଞ୍ଜେଇ ଚୋରା ଚାଲାଣ କାରବାର । ଆଜି ଜଟଣୀରେ ୧୭୦ କେଜିର ଗଞ୍ଜେଇ ଜବତ କରିଛି ଏସଟିିଏଫ। ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଜଣକ ଜଟଣୀ ନୂଆଗାଁ ରେଗେଡି ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି। ବେଆଇନ ଭାବେ ଗଞ୍ଜେଇ ରଖିବା ସହ ଚାଲାଣ କରୁଥିବା ନେଇ ସୂଚନା ପାଇବା ପରେ ଏସଟିିଏଫ ଟିମ୍ ଚଢ଼ାଉ କରିଥିଲା।

ଚଢ଼ାଉ ପରେ ମହେନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ୧୭୦ କେଜି ଗଞ୍ଜେଇ, ଗୋଟେ ସୁଇଫ୍ଟ ଡିଜାୟାର କାର ଓ କିଛି ମାରଣା ଅସ୍ତ୍ର ଜବତ କରିଛି ଏସଟିଏଫ। ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଛି। ତେବେ ରାଜ୍ୟରେ ଗଞ୍ଜେଇ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ୨୦୨୦ରୁ ଏସଟିଏଫ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୪୭କେଜି ବ୍ରାଉନ ସୁୁଗାର, ୮୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୧୨୧ ଡ୍ରଗ୍ ଡିଲରଙ୍କୁ ଗିରଫ କରିସାରିଛି ଏସଟିଏଫ।

Leave A Reply

Your email address will not be published.