ବାହାରେ ଜନସେବା କେନ୍ଦ୍ର କିନ୍ତୁ ଭିତରେ ଚାଲିଥିଲା ଜାଲ ନୋଟ କାରବାର, ସମ୍ବଲପୁର ଜୁଜୁମରାରୁ ଦୁଇ ମାଫିଆଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଜାଲ ନୋଟ ରାକେଟ ଠାବ ।15 ଲକ୍ଷ ରୁ ଅଧିକ ଟଙ୍କାର ଜାଲ ନୋଟ ଜବତ । ଦୁଇଜଣ ଜାଲ ନୋଟ ବେପାରୀ ଗିରଫ ।ସମ୍ବଲପୁର ଯୁଜୁମରାରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ।ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମଫିଆ କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF।ସେମାନଙ୍କ ନିକଟରୁ ଦୁଇଟି ଲାପଟପ ଓ ଗୋଟିଏ କଲର ପ୍ରିଣ୍ଟର ଜବତ କରିଛି STF।
ଦୀର୍ଘଦିନ ହେବ ଏମାନେ ଏହି ନେଟୱର୍କ ଚଳାଇ ଆସୁଥିଲେ।
ନିକଟ ରେ ବରଗଡ଼ ବରପାଲି ରୁ 14 ଲକ୍ଷରୁ ଅଧିକ ଟଙ୍କା ର ଜାଲ ନୋଟ୍ ଜବତ୍ ହେବ ସହ ଦୁଇ ଜଣ ଧରାପଡିଥିଲେ।
ବରପାଲି ରୁ ଧରା ପଡିଥିବା ଜାଲ ନୋଟ୍ ବେପାରୀଙ୍କ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଲିଙ୍କ୍ ଥିଲା। ଓଡ଼ିଶାର, ସମ୍ବଲପୁର, ବରଗଡ଼, ଆଦି ଜିଲ୍ଲାରେ ଅଧିକ ପରିମାଣର ଜାଲ ନୋଟ୍ କାରବାର ହେଉଛି। ତେବେ ସମ୍ବଲପୁର ରୁ ଧରାପଡିଥିବା ଏହି ଜାଲ ନୋଟ୍ ରାକେଟ ସହ ନିକଟରେ ଧରାପଡିଥିବା ବରପାଲି ମାଫିଆ ଶହ କିଛି ଲିଙ୍କ୍ ଅଛିକି। କେଉଁଠୁ ଆଣିଲେ ଏତେ ପରିମାଣ ର ଜାଲ ନୋଟ୍ । କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏହି ରାକେଟ । ତାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ STF।