ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଦିନକୁ ଦିନ ଭୁବନେଶ୍ୱର ରେ ଚାଲୁଥିବା “ମୋ ବସ” ଗୁଡିକରେ ଅପରାଧ ର ମାତ୍ରା ବଢ଼ିବାରେ ଲାଗିଛି।କେତେବେଳେ ଯାତ୍ରୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟ ହେଉଛି ତ କେତେବେଳେରାସ୍ତାରେ ବସ ଗୁଡିକ ଦୁର୍ଘଟଣା ଘଟାଇ ବିଶୃଙ୍ଖଳା ସୃଷ୍ଠି କରୁଥିବା ଅଭିଯୋଗ ହେଉଛି।ଗତ ଦୁଇଦିନ ପୂର୍ବେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଟର୍ମିନାଲ ମଧ୍ୟରେ ବସ ଚାଳକ ଜନୈକ ଯାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଜି ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ରୁ କଟକ ଅଭିମୁଖେ ୧୯ ନମ୍ବର ରୁଟ ରେ ଯାତ୍ରା କରୁଥିବା ଏକ “ମୋ ବସ” ରୁ ଜନୈକ ଯାତ୍ରୀଙ୍କ ପକେଟରୁ ୧୫ହଜାର ୪ଶହ ନଗଦ ଟଙ୍କା ଲୁଟହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଗଂଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଅଞ୍ଚଳରୁ ଆନନ୍ଦ ଗୌଡ଼ ନାମକ ଜୈନକ ବ୍ୟକ୍ତି “ବୀଣାପାଣି”ନାମକ ଏକ ଘରୋଇ ବସ ରେ ଆସି ବରମୁଣ୍ଡା ବସ ଷ୍ଟାଣ୍ଡ ରେ ଓଲାହି ଥିଲେ।ସେଠାରୁ ସେ ୧୯ ନମ୍ବର ରୁଟ ରେ ଚାଲୁଥିବା “ମୋ ବସ”ରେ କଟକ ଯାଉଥିଲେ।ବସ ଟି ଯାଉଥିବା ସମୟରେ ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ମଧ୍ୟରେ ତାଙ୍କ ପକେଟରୁ ୧୫,୪୦୦ଟଙ୍କା ଲୁଟ ହୋଇଥିବା ସେ ଜାଣିପାରି ବସର ଗାଇଡ଼ଙ୍କୁ ଜଣାଇଥିଲେ।ଗାଇଡ଼ଙ୍କ ଠାରୁ ଖବର ପାଇ ସହିଦ ନଗର ଥାନା PCR ଭ୍ୟାନ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୋଗ କାରୀ ଓ ବସ କର୍ମଚାରୀଙ୍କୁ କିଛି ପଚରା ଉଚରା କରି ବସ ଟିକୁ ତାର ଗନ୍ତବ୍ୟ ପଥରେ ଛାଡ଼ି ଦେଇଥିଲା।ଗତ କିଛିଦିନ ହେବ “ମୋ ବସ”ରେ ଯିବାକୁ ହେଲେ ଲମ୍ବା ଲାଇନ କରିବାକୁ ପଡୁଛି,ଯେତେବେଳେ ଠେଲା ପେଲା ରେ ଲୁଟ ମଧ୍ୟ ହେଉଥିବା ଅଭିଯୋଗ ହେଉଛି।