କମୁନି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬,୯୦୬ ପଜିଟିଭ୍ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ବଢି ବଢି ଚାଲୁଛି କରୋନା ସଂକ୍ରମଣ । କମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୬,୯୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୧ଲକ୍ଷ ୩୨ହଜାର ଟପିଲାଣି ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୧,୩୨,୪୫୭ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ସେହିପରି ଦେଶରେ ଗୋଟିଏ ଦିନରେ ଆଉ ୧୫,୪୪୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି । ଦେଶରେ ପଜିଟିଭିଟି ହାର ୩.୬୮%କୁ ବୃଦ୍ଧି ପାଇଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ୫ଲକ୍ଷ ୨୫ ହଜାର ୫୧୯ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.