୧୭୦ ନକ୍ସଲଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍:ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ।ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ।ନକ୍ସଲବାଦ ବିରୋଧରେ ବଡ଼ ସଫଳତା କହିଲେ ଶାହ। ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ।କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ।କାଲି ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ- ଶାହ।

ତେବେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହେବାକୁ ଥିବା ଏହି ଆତ୍ମସମର୍ପଣ ଇତିହାସଲ ପ୍ରଥମ ବଡ଼ଧରଣର ଆତ୍ମସମର୍ପଣ ହେବ। ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ବନ୍ଧୁକ ନେଇ ଏମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରୀତ ହେଉଛନ୍ତି। ତେବେ ସମସ୍ତ ନକ୍ସଲଙ୍କୁ ବସ ଯୋଗେ ଜଗଦଲପୁର ନିଆଯିବ ବୋଲି ଜଣାପଡ଼ିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବେ ବୋଲି ଜଣାପଡ଼ିଛି। ଭୈରମଗଡ଼ ଠାରୁ ଇନ୍ଦ୍ରାବତୀ ନଦୀତଟ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। କୌଣସି ଲୋକଙ୍କୁ ଏହି ରାସ୍ତାରେ ଛଡାଯାଉନଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.