ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ନକ୍ସଲ

0

ଓଡ଼ିଆ ନ୍ୟୁଜ୍:ଭୁଶୁଡୁଛି ମାଓ ଗଡ଼ । ଆତ୍ମସମର୍ପଣ କରିବେ ନକ୍ସଲ । ଜଗଦଲପୁରରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନିକଟରେ ଆତ୍ମସମର୍ପଣ କରିବେ ସମସ୍ତ ନକ୍ସଲ । ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟି ରୁ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିବେ ।

ଏବେ ଇନ୍ଦ୍ରାବତୀ ନଦୀ ତଟରେ ଏକାଠି ହୋଇଛନ୍ତି ୧୦୦ରୁ ଅଧିକ ନକ୍ସଲ । ଆଜି ଦିନ ୧୧ଟାରେ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.