ସରିଲା ଯୁକ୍ତ ଦୁଇ ଆବେଦନ; ଅଗଷ୍ଟରୁ ପାଠପଢା ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରିଲା ଯୁକ୍ତ ଦୁଇ ଆବେଦନ । ୨୦ରେ ପ୍ରଥମ ମେଧା ତାଲିକା । ଅଗଷ୍ଟ ପହିଲାରୁ ପାଠପଢା । ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶେଷ ହୋଇଛି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।  ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ ।

ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟର ସବୁ ଯୁକ୍ତ ତିନି ମହାବିଦ୍ୟାଳୟରେ ଯେତିକି ସିଟ୍ ଖାଲି ଅଛି ତା ଠାରୁ ବହୁ କମ୍ ପିଲା ଏଥର ଆଡମିଶନ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍।

ଗଲା ୧୧ ତାରିଖ ଦିନ ରାଜ୍ୟରେ ଯୁକ୍ତ ତିନି ପାଇଁ ୨ଟି ପର୍ଯ୍ୟାୟରେ ନାମ ଲେଖା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୯୨ ହଜାର ୨୪୭ ଜଣ ନାମ ଲେଖାଇଛନ୍ତି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୪୩ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପାଖାପାଖି ୩୦ ହଜାର ପିଲା ନାମ ଲେଖାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ପରେ ରାଜ୍ୟରେ ହାରାହାରି ୫୬ ପ୍ରତିଶତ ସିଟ୍ ବଳକା ପଡିଛି।

Leave A Reply

Your email address will not be published.