ଓଡ଼ିଆ ନ୍ୟୁଜ୍: ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ।ବିହାରର ରାଜା ସାହାଣୀ ଋଷିକେଶରୁ ଗିରଫ।ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍।ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ।ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍ ହୋଇଥିଲେ।ଯାଜପୁର ପାଣିକୋଇଲି ବଜାରରେ ଘଟିଥିଲା ଏକ ଡକାୟତି ଏବଂ ହତ୍ୟା ମାମଲା । ଯେଉଁଥିରେ ପୋଲିସ ତଦନ୍ତ କରି ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅପରାଧୀ ହେଲେ ମଧୁକାନ୍ତ ରଣା ଏବଂ ରାଜା ସାହାଣୀ ।
ଗିରଫ ପରେ ଉଭୟ ଅପରାଧୀଙ୍କୁ ଚୌଦ୍ୱାର ସର୍କଲ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍ରୁ ଚମ୍ପଟ ମାରିଥିଲେ । ପୁରା ସହରର ଭସାଣି ଉତ୍ସବରେ ମସ୍ଗୁଲ୍ ଥିବା ବେଳେ ଏହି କଏଦୀ ଦୁଇ ଜଣ ଜେଲର ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ତେବେ ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ପୋଲିସ ବିଭାଗକୁ ସମାଲୋଚନା କରାଯାଇଥିଲା ।