ଏସଟିଏଫ୍ ପଂଝାରେ ବ୍ରାଉନସୁଗର ବେପାରୀ, ଏମ୍ସ ନିକଟରୁ ଧରା ହେଲା ୨ କୋଟିର ଧଳା ଜହର

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଦିନକୁ ଦିନ ବ୍ରାଉନସୁଗରର ହବ୍ ପାଲଟୁଛି ଭୁବନେଶ୍ବର । ଆଜି ଏମସ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଚାଲାଣ ବେଳେ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ବ୍ରାଉନସୁଗର ବେପାରିଙ୍କୁ ଗିରପ କରିଛି ଏସଟିଏଫ୍‌। ଗିରଫ ୩ ଜଣ ହେଲେ ତମାଣ୍ଡୋ ରଣସିଂହପୁରର ଭାଗୀରଥି ଭଟ୍ଟ, ବାଲିପାଟଣାର ବିଶ୍ବଜିତ ନାୟକ ଓ ଖଣ୍ଡଗିରିର ଚନ୍ଦନ ମଲ୍ଲିକ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ ମସିହାରୁ ଏବେ ସୁଦ୍ଧା ୫୪ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ, ୧୦୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ୍ ଅଫିମ ଜବତ ହୋଇଥିବା ବେଳେ ୧୫୦ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.