ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜଙ୍କ ୨ ଦିନିଆ କରଞ୍ଜିଆ ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଂଜିଆ ଦୋଳପଡ଼ିଆ ନିକଟସ୍ଥ ରାଧା ଗୋବିନ୍ଦ ଧାମ ପରିସରରେ ଜଗତଗୁରୁ ଶ୍ରୀ ଶ୍ରୀ କୃପାଳୁଜୀ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜ ଆଜି ଦିବା ପ୍ରାୟ ୧ ଘଟିକା ସମୟରେ କରଞ୍ଜିଆ ଠାରେ ପହଞ୍ଚିବା ପରେ ତାଙ୍କୁ ପୁନମ ଛକ ଠାରେ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟିଙ୍କ ସମେତ କରଞ୍ଜିଆ ସ୍ଥିତ ରାଧାଗୋବିନ୍ଦ ଧାମର ସମସ୍ତ ସଦସ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ସେଠାରୁ କେନ୍ଦ୍ର ପରିଚାଳକ ଗିରିଧାରୀ ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ୱାର୍ଡ ନମ୍ୱର ୧୨ ସ୍ଥିତ ରାଧା ଗୋବିନ୍ଦ ଧାମ ଠାରେ ପହଞ୍ଚିଥିଲେ। ଏଠାରେ ମୁକୁନ୍ଦାନନ୍ଦଜୀଙ୍କ ୨ ଦିନ ଧରି ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି କରଂଜିଆ ରାଧେ ଗୋବିନ୍ଦ ଧାମ କେନ୍ଦ୍ର ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ପରମେଶ୍ବର ମହାନ୍ତ ଓ ଗୌରୀଶଙ୍କର ପରିଡା,ରୋହିତ ପୃଷ୍ଟି,ମଦନ ମୋହନ ସାହୁ, ଦିବାକର ମହାନ୍ତ ,ଅନାମ ପାତ୍ର , ସତ୍ୟେନ୍ଦୁ ଦାସ, ମନରଞ୍ଜନ ଭୁଜବଳ, ଘନଶ୍ୟାମ ବାରିକ,କଲ୍ଲୋଳିନୀ ରାଉତ,ରଂଜିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.