କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଫାଟାଫଟ୍‌ କ୍ରିକେଟ୍‌ର ମଜା ଉଠାଇ ପାରିବେ। ଆଗାମୀ IPL ସିଜିନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ IPL ମ୍ୟାଚ୍‌। ଦିଲ୍ଲୀ କ୍ୟାପିଟାଲ୍ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଏବଂ କଟକରେ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛି ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ମ୍ୟାଚ ଆୟୋଜନ ପାଇଁ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ୍ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି । ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ୍ ଆରମ୍ଭ ହେଉଥିବାରୁ ଅରୁଣ ଜେଟଲି ଷ୍ଟାଡିୟମ ଏଥିପାଇଁ ପ୍ରସ୍ତୁତ ନଥିବ ବୋଲି ଏହାର ପରିଚାଳକ କହିଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ବିକଳ୍ପ ଭାବେ ପୁଣେ ଏବଂ ବାରବାଟୀରେ ମ୍ୟାଚ୍ ଖେଳିବା ପାଇଁ ବିଚାର କରୁଛି ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବାରବାଟୀ ଷ୍ଟାଡିମୟରେ ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ ମସିହାରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏହାକୁ ନିଜର ହୋମ ଗ୍ରାଉଣ୍ଡ କରିଥିଲେ । ଆସନ୍ତା ମାର୍ଚ୍ଚ ୨୦ କିମ୍ୱା ୨୨ ତାରିଖରୁ କ୍ରିକେଟର ସବୁଠୁ ଦାମୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏନେଇ ଖୁବଶୀଘ୍ର ସୂଚୀ ମଧ୍ୟ ଜାରି କରାଯିବ । ତେବେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

Leave A Reply

Your email address will not be published.