ଓଡ଼ିଆ ନ୍ୟୁଜ୍: ଖାନନଗର ନିକଟରେ କାଠଯୋଡ଼ିରେ ୨ ନାବାଳକ ନିଖୋଜ। କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ। ନିଖୋଜ ୨ ନାବାଳକ ଭଗତପୁର ଅଂଚଳର ହୋଇଥିବା ସୂଚନା। ନିଖୋଜଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।
ପଞ୍ଚୁକରେ ଅଘଟଣ। କୀର୍ତ୍ତନ କରିବାକୁ ଆସିଥିଲେ ଦୁଇ ନାବାଳକ। କିନ୍ତୁ ଗାଧୋଉଥିବା ବେଳେ ଦୁଇ ନାବାଳକ ବୁଡ଼ିଗଲେ। ଖାନନଗର ସ୍ଥିତ କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ। ଦୁଇ ଜଣ ନାବାଳକ ହେଲେ ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା(୧୫)। ଉଭୟ କଟକ ଭଗତପୁର ବଗଲା ଅଞ୍ଚଳର ବୋଲି ଜଣାଯାଇଛି। ଦୁଇ ନାବାଳକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି।