ମହାନଦୀରେ ବୁଡ଼ି ୨ ଯୁବକ ମୃତ

0

ଓଡ଼ିଆ ନ୍ୟୁଜ୍: ମହାନଦୀରେ ବୁଡ଼ି ୨ ଯୁବକ ମୃତ; ୪ ଉଦ୍ଧାର।କନ୍ଦରପୁର ଗାଁ ଅମଙ୍ଗେଇ କୁଦରେ ଗାଧୋଉଥିବା ବେଳେ ବୁଡ଼ିଗଲେ। ଉଦ୍ଧାର ୪ ଜଣଙ୍କ ମଧ୍ୟରୁ ଦୁହିଁଙ୍କ ଅବସ୍ଥା ଗୁରୁତର, ମେଡିକାଲ୍‌ରେ ଭର୍ତ୍ତି। ମୃତକ ଦୁଇ ଜଣ ହେଲେ କନ୍ଦରପୁର ଗାଁର ଚିନ୍ମୟ ଦାସ ଏବଂ ଆଠଗଡ଼ ଶାସନ ସାହିର ସିପୁ ମିଶ୍ର ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଆଠଗଡ଼ ଅଞ୍ଚଳ ୬ ଜଣ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ପାଣିରେ ବୁଡ଼ିଯାଇଥିଲେ । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ବହୁ ଖୋଜାଖୋଜି ପରେ ସେହି ଦୁଇ ଜଣ ଛାତ୍ରଙ୍କ ସଠିକ ତଥ୍ୟ ମିଳିନଥିଲା । ଶେଷରେ କିଛି ସମୟ ପରେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ କନ୍ଦରପୁର ଗ୍ରାମର ଚିନ୍ମୟ ଦାସ ଏବଂ ଆଠଗଡ଼ ଶାସନ ସାହିର ସିପୁ ମିଶ୍ର।

Leave A Reply

Your email address will not be published.