ଭୁବନେଶ୍ବର: ଦାଦା ବଟି ମାଗି ଦୁଇ ନକଲି ସାମ୍ବାଦିକ ଗିରଫ, ବ୍ୟବସାୟୀଙ୍କୁ ଦେଉଥିଲେ ଧମକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଟି ମାଗି ଦୁଇ ନାବାଳିକ ସାମ୍ବାଦିକ ଗିରଫ। ବ୍ୟବସାୟୀଙ୍କୁ ଧମକ ଦେଇ ଜବଦଦସ୍ତ ଟଙ୍କା ଆଦାୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଭରତପୁର ଥାନା ଅନ୍ତର୍ଗତ ଜେ.ଜେ ମ୍ୟାନସନରେ ଗେସ୍ଟ ହାଉସ ବ୍ୟବସାୟ କରନ୍ତି। ଗତ ୧୪ ତାରିଖରେ କିଛି ଅଜଣା ବ୍ୟକ୍ତି ଅଭିଯୋଗକାରୀଙ୍କ ନିକଟକୁ ଆସି ଟଙ୍କା ମାଗିଥିଲେ କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ପୁନର୍ବାର ତା ୧୫ ରିଖରେ  ଅଭିଯୁକ୍ତ ମାନେ ସେମାନଙ୍କର ସହଯୋଗୀଙ୍କ ସହିତ ଅଭିଯୋଗକାରୀଙ୍କ ଗେଷ୍ଟ ହାଉସକୁ ଆସି ଧମକ ଦେବା ସହିତ ତାଙ୍କ ଗେଷ୍ଟ  ଳାଇସେନସ୍ ଦେଖାଇବା ପାଇଁ କହିଥିଲେ।  କିନ୍ତୁ ଅଭିଯୋଗକାରୀ ଦେବାକୁ ମନା କରିଦେବାରୁ ସେମାନେ ଫୋକସ ପ୍ଲସ୍ ଓଡିଆ ନ୍ୟୁଜର ପରିଚୟ ଦେଇ ୨ ଲକ୍ଷଟଙ୍କା ମାଗିଥିଲେ। ପୁନର୍ବାର ଅଭିଯୁକ୍ତ ମାନେ କ୍ୟାମେରା ଓ ବୁମରେ ଭିଡିଓ କରିବା ସହିତ ଉକ୍ତ ଭିଡିଓକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ। ଅଭିଯୁକ୍ତମାନେ ଏହି ଭିଡିଓ କରିବା ପୂର୍ବରୁ ଅଭିଯୋଗକାରୀଙ୍କୁ ଭରତପୁର ଥାନାରେ ମାସିକିଆ ୧୫୦୦ ଟଙ୍କା ଦେଉଥିବାର ମିଛ କହିବା ପାଇଁ ବାଧ୍ୟ କରାଇଥିଲେ କିନ୍ତୁ ଅଭିଯୋଗକାରୀ ଏହି ମିଛ କହିବା ପାଇଁ ମନାକରିଦେଇଥିଲେ। ଏହି ପାଟିତୁଣ୍ଡ ଶୁଣିବା ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ବାହାରକୁ ଆସିଥିଲେ ଏବଂ ଭୟରେ ନିଜର ସୁନା ଗହଣା ୨୦,୦୦୦  ଟଙ୍କା ନଗଦ ଅଭିଯୁକ୍ତ ମାନଙ୍କୁ ଦେଇଥିଲେ।

ଅଭିଯୁକ୍ତମାନେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପୁନର୍ବାର ୭୦,୦୦୦ ଟଙ୍କା ୨ ଘଣ୍ଟା ମଧ୍ୟରେ ନ ଦେଲେ ଭିଡିଓ ଭାଇରାଲ କରିବା ଧମକ ଦେବା ସହିତ ଯଦି ସେ ଏନେଇ ଥାନାରେ ଜଣାଇବେ ତେବେ ତାଙ୍କୁ ଜୀବନରୁ ମାରିଦେବା ଏବଂ ତାଙ୍କର ବ୍ୟବସାୟକୁ କ୍ଷତି କରାଇଦେବାର ଧମକ ଦେଇଥିଲେ। ପୁନର୍ବାର ଅଭିଯୁକ୍ତମାନେ ୨ ଘଣ୍ଟା ପରେ ଫୋନ ମାଧ୍ୟମରେ ଯୋଗାଯୋଗ କରି ୭୦,୦୦୦/- ଟଙ୍କା ମାଗିଥିଲେ କିନ୍ତୁ ଅଭିଯୋଗକାରୀ ୨୦,୦୦୦  ଟଙ୍କା ଦେଇପାରିବେ ବୋଲି କହିବାରୁ ଅଭିଯୁକ୍ତମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରିଶେଷରେ ଅଭିଯୋଗକାରୀ କୌଣସି ବିକଳ୍ପ ନପାଇ ଏନେଇ ଭରତପୁର ଥାନାରେ ଅଭିଯୋଗକାରିଥିଲେ। ଭରତପୁର ଥାନା ପୁଲିସ ମାମଲାର ତଦନ୍ତ କରି  ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କ ହେପଜତରୁ ଗୋଟିଏ କାର, ଗୋଟିଏ କ୍ୟାମେରା, ଗୋଟିଏ ବୁମ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ।ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ଵୀକାର କରିଥିବାରୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରଯାଇଛି। ସୂଚନା ଥାଉକି, ଚଳିତ ବର୍ଷରେ ଏଯାବତ ସମୁଦାୟ ୧୭୦ଟି ମାମଲାରେ ମୋଟ ୧୮୪ଜଣ ଦାଦାବଟି ମାଗି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

Leave A Reply

Your email address will not be published.