ଓଡ଼ିଆ ନ୍ୟୁଜ୍: କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ରିଙ୍କୁ, ଘର ହରିୟାଣା।ସୋସିଆଲ୍ ଜଷ୍ଟିସ ଫର୍ ୱିମେନ ଏମ୍ପାୱାରମେଣ୍ଟ ଅଧ୍ୟକ୍ଷ କହି ଠକେଇ।ରିଙ୍କୁଙ୍କ ସହଯୋଗୀ ମନିନ୍ଦର ମଧ୍ୟ ଗିରଫ।ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଗିରଫ।ସାଙ୍ଗରେ PSO ଓ PA ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ। କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା।ସ୍ବରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ ପରେ ଜଣା ପଡ଼ିଲା କହିଲେ ସିପି।‘ଏନେଇ ହରିୟାଣା ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା’।‘ଯଦି କେହି ଏମାନଙ୍କ ଦ୍ବାରା ଠକାମୀରେ ପଡ଼ିଥାନ୍ତି, ଥାନାକୁ ଜଣାନ୍ତୁ’।
ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଠକମାନେ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ଏକ ତାରକା ହୋଟେଲରେ ରହିଥିଲେ ଏବଂ ଲୋକଙ୍କୁ ଠକିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ।ମିଛ ମହିଳା କମିସନଙ୍କ ବୋର୍ଡ ଲଗାଇ ଲୋକଙ୍କୁ ଠକି ଚାଲିଥିଲେ। ମୈତ୍ରୀ ବିହାର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମିଛ ଲେଟର ଜରିଆରେ, ବହୁତ ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ଏବଂ କାମ କରାଇ ଦେବା ନାଁରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୁଟି ଚାଲିଥିଲେ। ହରିୟାଣା ପୁଲିସ ସହିତ ଯୋଗାଯୋଗ ପରେ, ପୁରା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ରବିବାର ସେମାନଙ୍କୁ ଗିରଫ କରାଯାଇଥିଲା।