ଓଡ଼ିଆ ନ୍ୟୁଜ୍: କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା।ହ୍ବାଟ୍ସ ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ।ମୋବାଇଲ୍ ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା। କଟକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କଟକ ସହରରେ ଆଜି ସନ୍ଧ୍ୟା ୭ଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ (୨୪ଘଣ୍ଟା) ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି।
ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ବାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରଖାଯାଇଛି। ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ମୋବାଇଲ୍ ଇଣ୍ଟରନେଟ୍/ଡାଟା ସେବା ବନ୍ଦ କରାଯାଇଛି। ସେହିପରି ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍/ଡାଟା ସେବା ବନ୍ଦ ରଖାଯାଇଛି। ବ୍ରଡବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ମଧ୍ୟ ବନ୍ଦ ଅଛି।