ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ସହିଦ ନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ।ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଲୁଟେରାଙ୍କ ମଧ୍ୟରେ ଚାନ୍ଦବାଲିର ଜଣେ ଓ ଯାଜପୁରର ଜଣେ ଅଛନ୍ତି ।ଦୁଇ ଲୁଟେରା ବାଣୀବିହାର ଛକରୁ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ ।
ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ ।ଅଚେତ୍ ହେବା ପରେ ଲୁଟପାଟ କରି ରାସ୍ତାରେ ଗ୍ରାହକଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ । ନିଶାଦିଆ ଲୁଟେରାଙ୍କ ବିରୁଦ୍ଧରେ ସହିଦନଗର ଥାନାରେ ହୋଇଥିଲା ଅଭିଯୋଗ ।