କୋରାପୁଟରେ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍: କୋରାପୁଟ ଜିଲ୍ଲା ନନ୍ଦପୁରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଆଜି ଦିନ ତିନିଟା ସମୟରେ ପ୍ରବଳ ବେଗରେ ପବନ ବହିବା ସହ ଘଡଘଡି ଓ କୁଆପଥର ବର୍ଷା ହୋଇଛି।ଦୁଇ ଘଣ୍ଟା ଧରି ବିଜୁଳି ଘଡଘଡି ସହ କରାଳ ରୂପ ଦେଖାଇଲା ପ୍ରକୃତି । ମୁଷଳ ଧାରରେ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ପବନ ବିଜୁଳି ଘଡ଼ଘଡ଼ି ଲୋକଙ୍କୁ ଆତଙ୍କିତ କରିଥିଲା । କାଳବୈଶାଖୀ ବେଳେ ରାସ୍ତା ଘାଟ ସମ୍ପୂର୍ଣ ଶୂନ ସାନ ହୋଇଯାଇଥିଲା ।

କାଳବୈଶାଖୀ ର ପ୍ରଭାଵରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ । କୋରାପୁଟ୍ ରାୟଗଡା 326 ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ଏବଂ ପୋଡାଗଡ ଗାଁ ନିକଟରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ଅନ୍ୟ ପଟେ ପ୍ରବଳ ପବନ ଯୋଗୁ ବଙ୍ଗଳାଗୁଡା ଠାରେ ଥିବା କାଜୁ ମିଲର ସମସ୍ତ ଟିଣ ଉଡିଯାଇଛି ।

Leave A Reply

Your email address will not be published.