ଖୋଲିଲା ହୀରାକୁଦର ଆଉ ୨ ଗେଟ, ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପୁଣି ୩ଟି ଗେଟ୍‌ ଖୋଲି ଦିଆଯାଇଛି। ଏହା ପୂର୍ବରୁ ଆଜି ସକାଳୁ ୫ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ୨ଟି ଦଫାରେ ମୋଟ୍‌ ୮ଟି ଗେଟ୍‌ ଖୋଲି ଦିଆଯିବା ପରେ ହୀରାକୁଦ ଜଳଭଣ୍ଡାରରୁ ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୬୦ ଫୁଟ୍ ରହିଥିଲା। ଏବେ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର ୮୧୨ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି। ଜଳଭଣ୍ଡାରରୁ ୩ ଲକ୍ଷ ୫୨ ହଜାର ୫୧ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ପାୱାର ଚାନେଲ ଦେଇ ୩୪,୩୬୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି। ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି।

ଦୁଇ ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ସ୍ଥିତି ସୃଷ୍ଟି ହେବାରୁ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା କରିଦେଇଛି।

Leave A Reply

Your email address will not be published.