ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଏହାକୁ ନେଇ ସବୁ ରାଜନୈତିକ ଦଳ ନିଜ ରଣନୀତିରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ବହୁଜନ ସମାଜ ପାର୍ଟି (ବିଏସପି)ର ବୈଠକରେ ମାୟାବତୀ ସଂଗଠନକୁ ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସାଧାରଣ ନିର୍ବାଚନ ସମ୍ବନ୍ଧରେ ଅଧିକ ରଣନୀତି ଉପରେ ଆଲୋଚନା କରିଛନ୍ତି। ସାଧାରଣ ନିର୍ବାଚନରେ ମିଳିତ ମେଣ୍ଟ ସମ୍ପର୍କରେ ବିଏସପି ସୁପ୍ରିମୋ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ମାୟାବତୀ କହିଛନ୍ତି ଯେ, ପ୍ରାର୍ଥୀ ଚୟନରେ ଦଳକୁ ସତର୍କ ରହିବାକୁ ପଡ଼ିବ। ଲୋକସଭା ନିର୍ବାଚନରେ ଦଳ ସମସ୍ତ ଆସନକୁ ନିଜେ ପ୍ରତିଦ୍ୱନ୍ଦ୍ୱିତା କରିବ। ମିଳିତ ମେଣ୍ଟ ଯୋଗୁ ଦଳ ଲାଭ ଅପେକ୍ଷା ଅଧିକ କ୍ଷତି ସହିଛି।
ବିଏସପିର ଭୋଟ ସ୍ପଷ୍ଟ ଭାବେ ମିଳିତ ମେଣ୍ଟର ଅନ୍ୟ ଦଳକୁ ଯାଉଛି, କିନ୍ତୁ ଅନ୍ୟ ଦଳଗୁଡିକ ଭୋଟ ବିଏସପିକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କର ସଠିକ ଉଦ୍ଦେଶ୍ୟ କିମ୍ବା ଦକ୍ଷତା ନାହିଁ,ଯେଉଁଥିପାଇଁ ବିଏସପିର ଲୋକଙ୍କ ମନୋବଳ ପ୍ରଭାବିତ ହୋଇଛି। ତେଣୁ ବିଏସପି ଉଭୟ ଶାସକ କିମ୍ବା ବିରୋଧୀ ଦଳଠାରୁ ଦୂରେଇ ରହିବ।