୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଏହା ହେଉଛି ଦ୍ଵିତୀୟ କରୋନା ସଂକ୍ରମିତ l ପୂର୍ବ ସଂକ୍ରମିତ ଯୁବକ ଇଟାଲୀ ରୁ ଫେରି କ୍ୟାପିଟାଲ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ l ଏବେ ଅନ୍ୟଜଣେ ଆକ୍ରାନ୍ତ ହେବାର ଖବର ନଜରକୁ ଆସୁଛି l ଏବେ ଦ୍ଵିତୀୟ କରୋନା ଆକ୍ରାନ୍ତ ବିଦେଶରୁ ଫେରିଥିବାବେଳେ ସେ କେତେ ଜଣଙ୍କ ସଂପର୍ଶରେ ଆସିଛନ୍ତି ଏବେ ତାହାର ଅନୁସନ୍ଧାନ ଚାଲିଛି l
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛିଛନ୍ତି ଯେ ଭୁବନେଶ୍ୱରସ୍ଥିତ ଆରଏମ୍ଆରସିକୁ ପରୀକ୍ଷା ଲାଗି ୧୪ ଜଣଙ୍କ ସ୍ୱାବ୍ ନମୂନା ଆସିଥିଲା। ଏଥି ମଧ୍ୟରୁ ୧୩ଟି ନମୂନା ନେଗେଟିଭ୍ ରିପୋର୍ଟ ଆସିଥିବା ବେଳେ ଗୋଟିଏ ରିପୋର୍ଟ ପଜିଟିଭ୍ ମିଳିଛି। ଦ୍ବିତୀୟ ଆକ୍ରାନ୍ତଙ୍କ ‘କଣ୍ଟାକ୍ଟ ଟ୍ରେସିଂ’ ଚାଲୁ ରହିଛି।
Today 14 samples were tested at RMRC Bhubaneswar out of which one is positive for #COVID2019
This is the second positive case in Odisha.
The second confirmed case has also a travel history to a COVID 19 affected country.
State Surveillance Unit has initiated contact tracing.— H & FW Dept Odisha (@HFWOdisha) March 19, 2020