ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମେ’ ମାସ ୩୧ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ପ୍ରସ୍ତୁତ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ଚାଲିଛି । ରେଜଲ୍ଟ ଟାବ୍ଲେଟ୍, ମାର୍କସିଟ୍, ସାର୍ଟିଫିକେଟ. ସହ ଅନ୍ଲାଇନ୍ ଆପ୍ଲିକେଶନ୍ରେ ଡାଟା ଅପ୍ଲୋଡ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜ୍ୟ ବାହାର ଏକ ଆଇଟି ସଂସ୍ଥା ଏହାକୁ କରୁଛି । ତେଣୁ ଆସନ୍ତା ୩୦ କିମ୍ବା ୩୧ ତାରିଖରେ ରେଜଲ୍ଟ ପ୍ରସ୍ତୁତି ନେଇ ପରିଷଦ ଜୋରଦାର ପ୍ରସ୍ତୁତ କରୁଛି । ଏନେଇ ସୂଚନା ମିଳିଛି । ସେହିପରି ଜୁନ୍ ପ୍ରଥମ ସପ୍ତାହରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶିତ ହେବ ।
ଅନ୍ୟପଟେ ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।ସୂଚନାଯୋଗ୍ୟ, ଏଥର ମାଟ୍ରକ୍ ପାସ୍ ହାର ରହିଛି ୯୬.୪ ପ୍ରତିଶତ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏ ବର୍ଷ ପରୀକ୍ଷାଫଳ ଭଲ ହୋଇଛି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀମାନଙ୍କର ପାସ୍ ହାର ଅଧିକ ରହିଛି।ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।